ଜଳିଗଲା ଖଣ୍ଡଗିରି ଜଙ୍ଗଲ । ଘଂଟାଏ ଭିତରେ ୫ ଏକର ଜଙ୍ଗଲକୁ ବ୍ୟାପିଗଲା ନିଆଁ । ଦମକଳ ବାହିନୀ ପହଂଚିବା ପୂର୍ବରୁ ନିଆଁକୁ ଆୟତ କଲେ ଜଣେ ଯବାନ

313

କନକ ବ୍ୟୁରୋ: ଖଣ୍ଡଗିରି ପାହାଡରେ ଲାଗିଲା ନିଆଁ ।  ଗତକାଲି ସନ୍ଧ୍ୟାରେ ପ୍ରାୟ ୫ ଏକର ପରିମିତ  ଅଚଂଳକୁ ନିଆଁ ବ୍ୟାପୀ ଯାଇଥିଲା । ତେବେ ଦମକଳବାହିନୀ ନିଆଁ ଲିଭାଇବା ପୂର୍ବରୁ କିଛି ଯବାନ ପଂହଚି ନିଆଁକୁ ଆୟତ କରିଥିଲେ  ।  ଫଳରେ ଏକ ବଡ ଧରଣର ଅଗ୍ନିକାଣ୍ଡରୁ  ଜଙ୍ଗଲରଟି ବର୍ତ୍ତି ଯାଇଛି ।  କେହି ଜଳନ୍ତା ବିଡି ବା ସିଗାରେଟ ଫିଙ୍ଗି ଦେଇଥିବାରୁ  ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଇଛି । ନିଆଁ  ସନ୍ଧ୍ୟା ପ୍ରାୟ ୭ଟାରେ ଲାଗିଥିଲା ।

 

ଏ ନେଇ ଲୋକେ ଦମକଳବାହିନୀକୁ ଖବର ବି ଦେଇଥିଲେ ।  ତେବେ ଦମକଳ ବାହିନୀ ଆସିବା ପୂର୍ବରୁ ଯବାନ ନିଆଁକୁ ଆୟତ କରିଥିଲେ ।  ଜଙ୍ଗଲରେ ଶୁଖିଲା ପତ୍ର ଗଦା ହୋଇରହିଥିବାରୁ ନିଆଁ ମାଡି ଯାଇଥିଲା । ଯବାନ ଡାଳପତ୍ର ସହାୟତାରେ ବାଡେଇ ବାଡେଇ ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନକାଣ୍ଡରେ ଛୋଟ ବଡ ଗଛ ନଷ୍ଟ ହୋଇଥିଲେ ବି  ବଡ କ୍ଷୟକ୍ଷତି ହୋଇନାହିଁ ।