ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ସାମଗ୍ରୀ: ଢେଙ୍କାନାଳ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ; ୧୩ ବଖରା ଭସ୍ମିଭୂତ

ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ

341

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୩ଟି ବଖରା ଭସ୍ମିଭୂତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇ ଯାଇଛି । ଗତ ରାତିରେ ବାଉଁଶକଣା ମାଟିଆ ସାହିର ବିଶ୍ୱନାଥ ପ୍ରଧାନଙ୍କ ଘରେ ନିଆଁ ଲାଗିଯାଇଥିଲା ।

ଏହି ନିଆଁ ଆଖପାଖର ଘରକୁ ବ୍ୟାପି ଯାଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଭୂବନ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡ ଘଟି ବିଶ୍ୱନାଥ ପ୍ରଧାନଙ୍କ ଝିଅ ବିବାହ ପାଇଁ ରଖିଥିବା ଆସବାବ ପତ୍ର ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି । ସେପଟେ କିଭଳି ଆଉ କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଲା ତାର କାରଣ ଏବେବି ଅସ୍ପଷ୍ଟ ରହିଛି ।