ଆପୋଲୋ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମେଡିକାଲର ୫ମ ମହଲାରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

441

କନକ ବ୍ୟୁରୋ : ଆପୋଲୋ ହସ୍ପିଟାଲରେ ନିଆଁ । ଭୁବନେଶ୍ୱରସ୍ଥିତ ଆପୋଲୋ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ମେଡିକାଲରେ ପଂଚମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛି । ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା ବେଳେ ନିଆଁ ଲାଗିଥିବା ମହଲାରୁ ରୋଗୀଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ ଆପୋଲ ହସ୍‌ପିଟାଲର ୫ମ ମହଲାରେ ଥିବା ଆଇସିୟୁ ପାଖରେ ନିଆଁ ଲାଗିଥିଲା। ସଙ୍ଗେ ସଙ୍ଗେ ହସ୍‌ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ତେବେ ପ୍ରବଳ ଧୂଆଁ ଯୋଗୁଁ ଏବେ ବି ପରିସ୍ଥିତି ଗମ୍ଭୀର ରହିଛି।ଅଗ୍ନିଶମ ଅଧିକାରୀ ମାନେ ଭିତରେ ପ୍ରବେଶ ପାଇ ଉଦ୍ୟମ ଚଳାଇଛନ୍ତି। ପଞ୍ଚମ ମହଲାରେ ଥିବା ପ୍ରାୟ ୨୦ ଜଣ ରୋଗୀଙ୍କୁ ତଳକୁ ଅଣାଯାଉଥିିବା ସୂଚନା ମିଳିଛି।ତେବେ ଲିଫ୍ଟ ବନ୍ଦ ଥିବାରୁ ରୋଗୀମାନଙ୍କୁ ଷ୍ଟ୍ରେଚରରେ ବାନ୍ଧି ତଳକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି।