ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳିପଡ଼ା ଗାଁରେ ଅଗ୍ନିକାଣ୍ଡ ! ଜଣେ ମହିଳା ଜୀବନ୍ତ ଦଗ୍ଧ

36

କନକ ବ୍ୟୁରୋ: ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଗଲେ ମହିଳା । ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳିପଡ଼ା ଗାଁରେ ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଗାଁର ନିଶାମଣି ଦାସଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଏଥିରେ ନିଶାମଣି ଜୀଅନ୍ତା ପୋଡି ଯାଇଥିବା ବେଳେ ୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ମହାକାଳପଡାରୁ ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।