କଟକ : ଜୋତା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

28

କନକ ବ୍ୟୁରୋ : କଟକ ବକ୍ସିବଜାର ଛକଠାରେ ଥିବା ଏକ ଜୋତା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡିଜଳି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଥିଲା । ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ତେବେ ନିଆଁ ଲିଭାଇବା ପାଇଁ ଦୀର୍ଘ ୪ଘଂଟା କାଳ ଦମକଳବାହିନୀକୁ ନାକେଦମ ହେବାକୁ ପଡିଥିଲା । ଦୋକାନ ମଧ୍ୟରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ତାହାର ଯାଂଚ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ।