ନିଆଁ ଆଁରେ ପୂରା ଜଙ୍ଗଲ: ସପ୍ତାହେ ହେଲା ଜଳୁଛି ଉତ୍ତରାଖଣ୍ଡରେ ଜଙ୍ଗଲ…ପ୍ରଚଣ୍ଡ ଖରାରେ ଜଳିଉଠିଲା ବୃହତକାୟ ଜଙ୍ଗଲ, ନିଆଁରେ ପୋଡି ପାଉଁଶ ହୋଇଗଲା ହେକ୍ଟର ହେକ୍ଟର ଜମି, ବିପଦରେ ବନ୍ୟଜନ୍ତୁ

489

କନକ ବ୍ୟୁରୋ: ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ପ୍ରାୟ ଗୋଟିଏ ସପ୍ତାହରୁ ଅଧିକ ଦିନ ହେଲା ଉତରାଖଣ୍ଡରେ ଜଳୁଛି ଜଙ୍ଗଲ । ତେବେ ରାଜ୍ୟର ତାପାମାତ୍ରା ବୃଦ୍ଧି ସହ ଜଙ୍ଗଲରେ ଲାଗିଛି ନିଆଁ । ପୌଢୀ ଓ ଗଢବାଲ ଇଲାକାରେ ଥିବା ବୃହତକାୟ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଫଳରେ ପାଖାପାଖି ୧୨ଶହ ହେକ୍ଟର ଜମିରେ ନିଆଁ ଲାଗିବା ସହ ପବନ ଯୋଗୁଁ ଏହା ବୃଦ୍ଧି ପାଇବାରେ ଲାଗିଛି । ସେପଟେ, ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ଇଲାକାରେ ଥିବା ଲୋକଙ୍କୁ କରାଯାଉଛି ଅନ୍ୟତ୍ର ସ୍ଥାନାନ୍ତର ।

ଗତ ସପ୍ତାହେ ହେଲା ଉତରାଖଣ୍ଡରେ ଜଳୁଛି ଜଙ୍ଗଲ । ଆକାଶରୁ ନିଆଁ ବର୍ଷା ଏବଂ ତାପମାତ୍ରା ବୃଦ୍ଧି ଯୋଗୁଁ ଉତ୍ତରାଖଣ୍ଡ ଜଙ୍ଗଲରେ ଲାଗିଛି ନିଆଁ । ଫଳରେ ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଯାଇଛି ୭୧ ହେକ୍ଟରରୁ ଅଧିକ ଜମି । ଖାଲି ଜମି କାହିଁକି ଜଙ୍ଗଲରେ ନିଆଁ ଲାଗିଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ତେବେ ଇଙ୍ଗ କଥା ହେଉଛି, ଗତବର୍ଷ ମଧ୍ୟ ଏହିଭଳି ଜଙ୍ଗଲରେ ନିଆଁ ଲାଗିଥିଲା । ଯେଉଁ କାରଣରୁ ଏକର ଏକର ଜମି ନଷ୍ଟ ହୋଇଯାଇଥିବା ବେଳେ ଅନେକ ଜୀବଜନ୍ତୁ ମଧ୍ୟ ନିଆଁରେ ପଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଅପରପକ୍ଷରେ, ଜଙ୍ଗଲରେ ନିଆଁ ଲାଗି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିବା ନେଇ ମଧ୍ୟ ଖବର ମିଳିଛି । ତେବେ ଉତ୍ତରଖଣ୍ଡ ଜଙ୍ଗଲରେ ଲାଗିଁଥବା ନିଆଁର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।