କଟକ ଏସସିବି ମେଡିକାଲରେ ପୁଣି ଅଗ୍ନିକାଣ୍ଡ ! ରେକର୍ଡ ସେକସନରେ ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର

ପୁଣି ଏସସିବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

88

କନକ ବ୍ୟୁରୋ : ପୁଣି ଏସସିବି ବଡ଼ ମେଡିକାଲରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଏସସିବି ବଡ଼ ମେଡିକାଲର ରେକର୍ଡ ସେକସନରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମେଡିକାଲର ରେକର୍ଡ ସେକସନରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ବାରମ୍ବାର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟୁଥିବାରୁ ଏହା ଏବେ ଚିନ୍ତାର କାରଣ ପାଲଟିଛି।