ପୁରୀ ରେଳ ଷ୍ଟେସନରେ ନିଆଁ ! ଆର୍ମି ଟ୍ରେନରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଅଗ୍ନିକାଣ୍ଡ

34

କନକ ବ୍ୟୁରୋ :  ପୁରୀ ରେଳ ଷ୍ଟେସନରେ ନିଆଁ । ଦୁଇ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ଆର୍ମି ଟ୍ରେନରେ ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଛି । ବିସ୍ଫାରଣ ଯୋଗୁଁ ଆର୍ମି ଟ୍ରେନର ଗୋଟିଏ ବଗି କ୍ଷତିଗ୍ରସ୍ତ ହୋଇଛି । ସେହିପରି ଅନ୍ୟ ଟ୍ରାକରେ ଛିଡା ହୋଇଥିବା ପୁରୀ-ତିରୁପତି ଟ୍ରେନର ବଗି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଝରକା କାଚ ଭାଙ୍ଗିଯାଇଛି । ତେବେ ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ଯାହା ଫଳରେ ଏକ ବଡ ଦୁର୍ଘଟଣା ଟଳି ଯାଇଛି ।

ଏହି ଦୁର୍ଘଟଣାରେ ୨ ଜଣ ପେଂଟ୍ରି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ କେମିତି ଏହି ଦୁର୍ଘଟଣା ଘଟିଲା? ଡଗ୍ ସ୍କ୍ୱାର୍ଡ ସହାୟତାରେ ତାର ଛାନଭିନ୍ ଆରମ୍ଭ କରିଛି ପୁଲିସ୍ । ପ୍ରଶ୍ନ ଉଠୁଛୁ ଯଦି କିଛି ବଡ ଅଘଟଣ ଘଟିଥାନ୍ତା ସେଥିପାଇଁ କିଏ ଦାୟୀ ହୋଇଥାନ୍ତେ?