ଗଂଜାମ ଜିଲ୍ଲା ଜାଡଧାର ଗାଁରେ ଭୟାବହ ଅଗ୍ନିକାଣ୍ଡ : ୩୦ଟି ଧାନ ଗଦା ଖଳାରେ ପୋଡି ପାଉଁଶ

63

ଗଂଜାମ : ହୁଦହୁଦ ହୋଇ ଜଳୁଛି ଧାନ ଗଦା । ବର୍ଷକ ପରିଶ୍ରମ ଖଳାରେ ପୋଡି ପାଉଁଶ ହୋଇଯାଇଛି । ଏ ଘଟଣା ହେଉଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର ଜାଡଧାର ଗାଁର ।

ଅନ୍ଧାର ରାତିରେ ଧାନ ଗଦାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡରେ ୩୦ଟି ଧାନ ଗଦା ପୋଡି ଯାଇଛି । ନିଆଁର ଭୟାବହତା ଏତେ ଥିଲା ଯେ, ଏବେ ବି ଧାନଗଦାରୁ ଧୂଆଁ ବାହାରୁଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାମ ଜାରି ରହିଛି ।

ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜାଡଧାର ଗାଁର ଚାଷୀ ଭଂଜ ପାଣ୍ଡବ, କୈଳଶ ପାଣ୍ଡବ, ଖଲି ପ୍ରଧାନ, ବାବାଜି ପ୍ରଧାନ, ସନିଆ ପରିଡା, ଜୟନ୍ତ ବଳ ଓ ବ÷÷କୁଣ୍ଠ ଜେନାଙ୍କର ଲକ୍ଷାଧିକ ଟଙ୍କାର ଧାନ ପୋଡି ନଷ୍ଟ ହୋଇଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –