ଅନୁଗୁଳ ନାଲକୋରେ ଭୟାବହ ଅଗ୍ନିକାଣ୍ଡ : ସିପିପି ପ୍ଲାଂଟର ୟୁନିଟ୍ ୮ ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ

39

କନକ ବ୍ୟୁରୋ : ଅନୁଗୁଳ ନାଲକୋରେ ଭୟାବହ ଅଗ୍ନିକାଣ୍ଡ । ସିପିପି ପ୍ଲାଂଟର ୟୁନିଟ୍ ୮ ଟ୍ରାନ୍ସଫର୍ମରରେ ଲାଗିଛି ନିଆଁ । ୟୁନିଟର ଟ୍ରାନ୍ସଫର୍ମରରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯିବା ଫଳରେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

କେବୁଲ ଟ୍ରାନ୍ସର୍ଫମ ଅଏଲରେ ନିଆଁ ଲାଗିବା ଫଳରେ ଅଗ୍ନିକାଣ୍ଡ ଭୟାଭୟ ରୂପ ନେଇଥିଲା । ଏଥିରେ ମୁଖ୍ୟ ଟ୍ରାନ୍ସର୍ଫମ ସମ୍ପୂର୍ଣ୍ଣ ଜଳି ଯାଇଛି । ଘଟଣା ସ୍ଥଳରେ ନାଲକୋ ଦମକଳ ବାହିନୀ ପହଁଚି ନିଆଁଙ୍କୁ ଆୟତ କରୁଛି ।