କୁମ୍ଭ ମେଳା ୨୦୧୯ : ଗୋରଖନାଥ ଅଖାଡାରେ ଲାଗିଲା ଭୟଙ୍କର ନିଆଁ, ୨ଟି ଟେଣ୍ଟ ଜଳି ପାଉଁଶ

92

ପ୍ରୟାଗରାଜରେ ଚାଲୁଥିବା କୁମ୍ଭ ମେଳାରେ ଗତ ମଙ୍ଗଳବାର ଦିନ ସେକ୍ଟର-୧୩ ସ୍ଥିତ ଗୋରଖନାଥ ଅଖାଡାର ଦୁଇଟି ଟେଣ୍ଟରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଦମକଳ ଗାଡି ପହଂଚି ନିଆଁ ଉପରେ ଆୟତ୍ତ କରିନେଇଥିଲା । ଏହି ସମୟରେ ଟେଣ୍ଟରେ ରଖାଯାଇଥିବା କାଠ ଜିନିଷ ସବୁ ପାଉଁଶ ହୋଇଯାଇଛି । ନିଆଁ ଦ୍ୱାରା କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ନିଆଁ ଲାଗିବାର କାରଣ ସର୍ଟ ସର୍କିଟ କୁହାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଲଗାତାର ପବନ ବହିବା ଦ୍ୱାରା ନିଆଁ ଲାଗିଛି । ଯଦ୍ୱାରା ସବୁ ଜଳି ପାଉଁଶ ହୋଇଯାଇଛି । ଏହି କାରଣରୁ ୨ଟି ଟେଣ୍ଟ ମଧ୍ୟ ଜଳିଯାଇଛି । ନିଆଁ ଉପରେ ତୁରନ୍ତ ଆୟତ୍ତ କରାଗଲା ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୪ ଜାନୁୟାରୀକୁ ସେକ୍ଟର ୧୬ ସ୍ଥିତ ଦିଗମ୍ବର ଅନୀ ଅଖାଡାରେ ନିଆଁ ଲାଗିଯାଇଥିଲା । ଜୋରରେ ପବନ ବହିବା ଯୋଗୁଁ ତମ୍ବୁରେ ନିଆଁ ଲାଗିଯାଇଥିଲା । ମକପର ସଂକ୍ରାନ୍ତିରେ ପ୍ରଥମ ସାହି ସ୍ନାନର ପୂର୍ବ ଦିଗମ୍ବର ଅନୀ ଅଖାଡାରେ ନିଆଁ ଲାଗିବା ଦ୍ୱାରା ଜିନିଷ ଜଳିପୋଡି ପାଉଁଶ ହୋଇଯାଇଥିଲ । । କିନ୍ତୁ ଏଥିରେ କୌଣସି ଜୀବନହାନି ହୋଇନଥିଲା ।