କୋଇଲା ବୋଝେଇ ଟ୍ରେନରେ ନିଆଁ ! ୫ ଘଂଟା ପରେ ଆୟତ୍ତ ହେଲା ନିଆଁ

106

କନକ ବ୍ୟୁରୋ : କୋଇଲା ବୋଝେଇ ଟ୍ରେନରେ ନିଆଁ । ରାୟଗଡା ଠାରୁ  ୧୦କିଲୋମିଟର ଦୂର ସିଙ୍ଗାପୁର ରେଳଷ୍ଟସନରେ ଏକ କୋଇଲା ବେଝେଇ ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବିଶାଖାପାଟଣାଠାରୁ ଟିଟିଲାଗଡ ଆଡକୁ ଯାଉଥିବା ଏହି ଟ୍ରେନଟି ରାୟଗଡା ଷ୍ଟେସନ ଛାଡି ରାତି ୫ଟାରେ ସିଙ୍ଗାପୁର ରେଳଷ୍ଟେସନରେ ପହଂଚିବା ବେଳକୁ ବଗିରୁ ଧୂଆଁ ବାହାରିଥିଲା ।

ଏହାକୁ ଦେଖି ଷ୍ଟେସନ ମାଷ୍ଟର ଟ୍ରେନକୁ ଅଟକାଇଥିଲେ । ପରେ ଦୁଇଟି ଦମକଳ ଆସି ନିଆଁକୁ ଲିଭାଇଥିଲା । କୋଇଲାରେ ନିଆଁ ଧରିଥିବାରୁ ପ୍ରାୟ ୫ଘଂଟା ଧରି ଚାଲିଥିଲା ନିଆଁଲିଭା ।