ନୟାଗଡ ଦଶପଲ୍ଲା ବନାଂଚଳର ବିଭିନ୍ନ ଅଂଚଳରେ ନିଆଁ ! ବରଦାୟୀନି ପାହାଡ ନିଆଁ ଯୋଗୁଁ ଚିନ୍ତାରେ ସ୍ଥାନୀୟ ଲୋକେ

45

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ । ନୟାଗଡ ଜିଲ୍ଲା ଦଶପଲ୍ଲା ବାନାଂଚଳର ବିଭିନ୍ନ ଜଙ୍ଗଲରେ ଏବେ ନିଆଁ ଲାଗିଛି । ବିଶେଷ ଭାବରେ ଦଶପଲ୍ଲା ସହର ଆଖପାଖରେ ଲାଗିଥିବା ନିଆଁ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ସେପଟେ ଖୋଦ୍ ବନବିଭାଗ କାର୍ଯ୍ୟାଳୟଠାରୁ ମାତ୍ର କିଛି ଦୂରରେ ଥିବା ବରଦାୟିନୀ ପାହାଡରେ ଲାଗିଥିବା ନିଆଁ ଦଶପଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି । ପରିବେଶ ଦୂଷିତ ହେଉଥିବା ବେଳେ ତାତି ବଢୁଥିବା ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିିତ ହୋଇପଡିଛନ୍ତି ।

ଅନ୍ୟପଟେ ସାତକୋଶିଆ ଅଭୟାରଣ୍ୟ ଓ ଗଣିଆ ରେଂଜର ବିଭିନ୍ନ ଅଂଚଳରେ ଗତ କିଛି ଦିନ ବାରମ୍ବାର ନିଆଁ ଲାଗୁଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ବିପଦରେ ରହିଛି । ଏହାସହ ଗଛ ଗୁଡିକ ମଧ୍ୟ ପୋଡି ଯାଉଛି । ଦମକଳ ବାହୀନି ସହାୟତାରେ ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ ।