ନିଜ ଗାଁରେ ଦୂତି ଚାନ୍ଦଙ୍କ ନାନୋ କାରକୁ ଜାଳିଦେଲେ ଦୁର୍ବୃତ ! ବିରୋଧୀଙ୍କ କାଣ୍ଡ ସନ୍ଦେହ

27

କନକ ବ୍ୟୁରୋ : ଦୌଡରାଣୀ ଦୂତି ଚାନ୍ଦଙ୍କ ନାନୋ କାରକୁ କିଏ ଜାଳିଦେଇଛି । ଦୂତିଙ୍କ ଯାଡପୁରସ୍ଥିତ ଗାଁ ଘରେ ଏହି କାରକୁ ରଖାଯାଇଥିଲା । ଗତକାଲି ସକାଳେ ତାଙ୍କ କାର ପୋଡାଯାଇଥିବା ଘର ଲୋକେ ଦେଖିବାକୁ ପାଇଥିଲେ । ଦୂତିଙ୍କ ବିରୋଧୀ ଏଭଳି କାଣ୍ଡକରିଥିବା ସନ୍ଦେହ କରାଯାଉଛି । ଏବେ ଏସିଆନ ଗ୍ରାଁ ପ୍ରି ଖେଳିବାକୁ ଦୂତି ଚାନ୍ଦ ଚୀନ ଯାଇଛନ୍ତି । ଏହି ଖବର ଦୂତିଙ୍କୁ ଖୁବ ମର୍ମାହତ କରଛି ।

୨୦୧୩ ମସିହାରେ ଜାତୀୟ ବିଦ୍ୟାଳୟ କ୍ରୀଡାର ଶ୍ରେଷ୍ଠ ଖେଳାଳିଭାବେ ଦୂତିଙ୍କୁ ନାନୋ କାର ମିଳିଥିଲା । ଏହାକୁ ଆଣିବାକୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା । ଓସିଏର ତତକାଳୀନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସହାୟତାରେ ଗାଡି ତାଙ୍କ ନିଜ ଗାଁକୁ ଆସିଥିଲା । କୌଣସି ଜାତୀୟ ସ୍ତରରେ ଏହି କାର ପାଇବା ଦୂତିଙ୍କ ପାଇଁ ପ୍ରଥମ ଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –