କଟକ ବଡ ମେଡିକାଲରେ ଭୟବହ ଅଗ୍ନିକାଣ୍ଡ ! ଅକ୍ସିଜେନ ପାଇପ୍ ଲିକ ହେବା କାରଣରୁ ନିଆଁ ଲାଗିଥିବା ସୂଚନା

42

କନକ ବ୍ୟୁରୋ: କଟକ ଏସସିବି କାଜୁଆଲିିଟି ବିଲ୍ଡିଂରେ ଆଜି ସକାଳୁ ଅଗ୍ନିକାଣ୍ଡ ହୋଇଛି । ଅକ୍ସିଜେନ ପାଇପ୍ ଲିକ ହେବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସର୍ଟ ସର୍କିଟ ଯୋଗୁଁ ଅକ୍ସିଜେନ ପାଇପ ଲିକ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ପୂରା ଘଟଣା ଉପରେ ନଜର ରଖିଛନ୍ତି ।