ଝାରସୁଗୁଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା ! କାରରେ ନିଆଁ ଲାଗି ଚାଳକ ଜୀବନ୍ତ ଦଗ୍ଧ

56

କନକ ବ୍ୟୁରୋ : ଜଳିଗଲା କାର । କାରରେ ଥିବା ଚାଳକ ହେଲେ ଜୀବନ୍ତ ଦଗ୍ଧ । ଏହି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ପିପିଲିମାଲ ନିକଟ କଙ୍କୁଜୋର ଜଙ୍ଗଲ ରାସ୍ତାରେ । ବୁଧବାର ସନ୍ଧ୍ୟାରେ ଏହି ରାସ୍ତାରେ ହୁଣ୍ଡାଇ ଆଇ-୨୦ ସ୍ପୋଷ୍ଟର୍ସ କାର ଜଳୁଥିବା ଦେଖି ଲୋକ ବେଲପାହାଡ଼ ପୁଲିସକୁ ଖବର କରିଥିଲେ ।

କାରଟି କିଛି ସମୟ ଜଳିବା ପରେ ବିସ୍ପୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବେଲପାହାଡ଼ ପୁଲିସ ସହିତ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ତେବେ କାର ଚାଳକ ଜୀଅନ୍ତା ଜଳି ଯାଇଥିଲେ । ରାତିରେ ଏହି ରାସ୍ତାରେ ଯାତାୟତ କାମ ହେଉଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି ।

ଦେଖନ୍ତୁ ଏହି ଭିଡିଓ –