ରାୟଗଡା କୋଲନରା ବ୍ଲକ ଚେଙ୍ଗୁଲି ଘାଟୀରେ ଅଘଟଣ । ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

13

କନକ ବ୍ୟୁରୋ: ଜଳିଗଲା କାର । ଅଳ୍ପକେ ବର୍ତ୍ତିଲେ କାର ଚାଳକ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ଚେଙ୍ଗୁଲି ଘାଟରେ ଘଟିଛି ଏହି ଘଟଣା । ସର୍ଟ ସର୍କିଟ ଯୋଗୁଁ କାରରେ ନିଆଁଲାଗି ଯାଇଥିବା ଜଣାପଡିଛି । କାରଟି ପଦ୍ମପୁରର ନାରାୟଣପୁରରୁ-କୋରପୁଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପ୍ରଥମେ କାରଟି କୌଣସି କାରଣରୁ ଖରାପ ହୋଇଯାଇଥିଲା । ପରେ କାରଟିର ମରାମତି କରାଯାଉଥିବା ବେଳେ ହଠାତ୍ ଜଳି ଉଠିଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛନ୍ତି ।

ସେପଟେ, ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଫୁଲାଡ଼ି ନନା ଢ଼ାବା ନିକଟରେ ଦୁଇଟି ଟ୍ରକ୍ ମଧ୍ୟରେ ଟକ୍କା ହେବା ଫଳରେ ଗୋଟିଏ ଟ୍ରକ୍ ଜଳି ଯାଇଛି । ଜଳିଯାଇଥିବା ଟ୍ରକରେ ଦିଆଶିଲି ବୋଝେଇ ହୋଇ କୋଲକାତା ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଟିଏନ୍ ୫୨ ବି ୬୦୦୫ ନମ୍ବର ବିଶିଷ୍ଟ ଟ୍ରକ୍ ଓ ଜଳିଯାଇଥିବା ଦିଆଶିଲି ବୋଝେଇ ଟ୍ରକ୍ ଉଭୟ କୋଲକାତା ଆଡକୁ ଯାଉଥିବା ବେଳେ ପଛ ପଟୁ ଦିଆଶିଲି ବୋଝେଇ ଟ୍ରକକୁ ଅନ୍ୟ ଟ୍ରକଟି ଧକ୍କା ଦେଇଥିଲା । ଧକ୍କା ହେବା ମାତ୍ରେ ଦିଆଶିଲି ବୋଝେଇ ଟ୍ରକଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା । ଖବରପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।