ବାରିପଦା ରାଜରାସ୍ତାରେ ଜଳିଗଲା ଚଳନ୍ତା କାର ! ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,କାରଣ ଅସ୍ପଷ୍ଟ

41

କନକ ବ୍ୟୁରୋ: ଜଳିଗଲା ଚଳନ୍ତା କାର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ରାଜରାସ୍ତାରେ । ତେବେ ଏଥିରେ କେହି ହତାହତ ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଗତକାଲି ରାତିରେ ଷ୍ଟେସନ ବଜାର ରୋଡ ଉପରେ ଛତିଶଗଡ ନମ୍ବର ଥିବା ଚଳନ୍ତା ଇଣ୍ଡିକା କାରରେ ହଠାତ୍ ନିଆଁ ଲାଗିଯାଇଥିଲା । ଡ୍ରାଇଭର ତୁରନ୍ତ ଗାଡି ଛାଡି ବାହାରକୁ ଆସିଯାଇଥିଲେ । ଖବର ପାଇଁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ ।

ସୂଚନା ମୁତାବକ, ବାରିପଦା ଷ୍ଟେସନ ବଜାରରେ ଛିଡା ହୋଇଥିବା ଏକ କାର୍ ଶନିବାର ସନ୍ଧ୍ୟାରେ ଜଳିଯାଇଛି । ଏହି ଇଣ୍ଡିକା ଗାଡିରେ ହଠାତ୍ ନିଆଁ ଲାଗି ଯାଇଥିଲା । ଦେଖଣାହାରୀଙ୍କ କହିବା ମୁତାବକ, ଗାଡିଟିରେ ଜଣେ ବ୍ୟକ୍ତି ଥିଲେ । ନିଆଁ ଲାଗିବା ଦେଖି ସେ ଗାଡିରୁ ଡେଇଁ ପଳାଇଥିଲେ । ତେବେ ଗାଡିଟି କେଉଁଠାରୁ ଆସିଲା ଓ ତାଙ୍କର ମାଲିକ କିଏ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡିନାହିଁ । ଖବର ପାଇ ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲା ।