ବାଙ୍ଗଲାଦେଶ ଢାକାରେ ୨୨ ତାଲା ବିଲଡିଙ୍ଗରେ ଲାଗିଲା ନିଆଁ ! ୧୯ ମୃତ୍ୟୁ,୫୦ ରୁ ଅଧିକ ଗୁରୁତର ।

134

ବାଙ୍ଗଲାଦେଶ ଢାକାର ବନାନୀ ଅଞ୍ଚଳରେ ଥିବା ବୃହସ୍ପତିବାର ନାମକ ଏକ ୨୨ ତାଲା ବିଲଡିଙ୍ଗରେ ଭୀଷଣ ନିଆଁ ଲାଗିବା ଯୋଗୁଁ ୧୯ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ଶ୍ରୀଲଙ୍କା ନାଗରିକ ମଧ୍ୟ ରହିଛନ୍ତି । ଏହି ଘଟଣାରେ ୫୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ନିଆଁ ଏତେ ଗମ୍ଭୀର ଭାବରେ ଲାଗିଥିଲା ଯାହାକୁ ଆୟତ୍ତ କରିବାକୁ ୨୧ ଟି ଦମକଳ ବାହିନୀ ସହ ବାଙ୍ଗଲାଦେଶ ଆର୍ମି ଏବଂ ଏୟାରଫୋର୍ସର ୫ ଟି ହେଲିକେପ୍ଟର ଏବଂ ନୌସେନା କମାଣ୍ଡୋଙ୍କୁ ଆସିବାକୁ ପଡିଥିଲା ।

ଯେଉଁ ବିଲଡିଙ୍ଗରେ ଏହି ନିଆଁ ଲାଗିଥିଲା ସେଠାରେ କପଡା ସମେତ ଇଣ୍ଟରନେଟ୍ ଯୋଗାଉଥିବା ଅନେକ ଦୋକାନ ଥିଲା । ତେବେ ଏହି ଭୟାବହ ଅଗ୍ନିକାଣ୍ଡରେ ୧୯ ଜଣ ଲୋକଙ୍କ ମୃୃତ୍ୟୁ ହୋଇଥିବା ଜଣାପଡିଛି ।