ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ ! ପ୍ରସୂତି ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରର ଟୀକାକରଣ କକ୍ଷରେ ଲାଗିଲା ନିଆଁ
କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ପ୍ରସୂତି ବିଭାଗ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରର ଟୀକା କରଣ କକ୍ଷରେ ନିଆଁ ଲାଗିଯାଇଥିଲା । ଷ୍ଟାବିଲାଇଜର ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି । ଅଗି୍ନକାଣ୍ଡରେ ରୋଗୀଙ୍କ କୌଣସି କ୍ଷତି ହୋଇନଥିବା କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରବିବାର ଭୋର୍ ପ୍ରାୟ ୫. ୧୫ ମିନିଟ୍ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ମଦର୍ ଆଣ୍ଡ୍ ଚାଇଡ୍ ହସ୍ପିଟାଲ୍ ଏକ ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇଛି । ଏହି ଛଅ ମହଲା ବିଶିଷ୍ଟ କୋଠାର ସବା ତଳ ମହଲାରେ ଥିବା ଷ୍ଟାବିଲାଇଜରରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗି କେବୁଲ୍ ଆଡ଼କୁ ଚରି ଯାଇଥିଲା।
ନିକଟରେ ଥିବା ଅଗ୍ନିଶମ ସେବାକୁ ଖବର ଦେବା ମାତ୍ରେ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଦେଇଥିଲେ । ନିଆଁ ଲାଗିବା ଦେଖି ଭିତରେ ଥିବା ମହିଳାମାନେ ଶିଶୁମାନଙ୍କୁ ଧରି ଭୟରେ ବାହାରକୁ ଚାଲି ଆସିଥିଲେ। ଏଥିରେ କେହି ମୃତାହତ କିଂବା କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।