ବୌଦ୍ଧ କୁମାରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ! ୨୬ ବଖରା ଘର ଭଷ୍ମୀଭୂତ,ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

23

କନକ ବ୍ୟୁରୋ : ବୌଦ୍ଧ ହରଭଙ୍ଗା ବ୍ଲକ୍ କୁସଙ୍ଗ ପଂଚାୟତର କୁମାରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨୬ ବଖରା ଘର ଜଳିଯାଇଛି । ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛି । ତେବେ ଦମକଳବାହିନୀ ନିଆଁକୁ ଆୟତ କରିବା ବେଳକୁ ବହୁ ସମ୍ପତି ପୋଡି ପାଉଁଶ ହୋଇ ସାରିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।