ଅନୁଗୁଳ କୁମଣ୍ଡ ଗାଁରେ ବରଯାତ୍ରୀ ପ୍ରୋସେସନରେ ବାଣ ଫୁଟି ଅଗ୍ନିକାଣ୍ଡ : ସେପଟେ ବାଲେଶ୍ୱରର ପ୍ୟାରିସ ବେକେରିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

64

କନକ ବ୍ୟୁରୋ : ବିବାହ ରୋଷଣୀ ବେଳେ ଅଘଟଣ । ଅନୁଗୁଳ କୁମଣ୍ଡ ଗାଁରେ ବରଯାତ୍ରୀ ପ୍ରୋସେସନ୍ରେ ବାଣ ଫୁଟି ଅଗ୍ନିକାଣ୍ଡ ଘଟିଛି । ଆଉ ଯେଉଁ ନିଆଁ ୧୦ଟି ପରିବାରର ୨୦ ବଖରା ଘରକୁ ପୋଡି ପାଉଁଶ କରି ଦେଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍ ପଂହଚି ନିଆଁକୁ ଆୟତ କରିଛନ୍ତି । ହେଲେ ସେତେବେଳକୁ ବାଣ ୧୦ ପରିବାରର ସବୁ କିଛି ପୋଡି ପାଉଁଶ କରିଦେଇଥିଲା ।

ସେପଟେ ବାଲେଶ୍ୱର ଷ୍ଟେସନ ଛକ ନିକଟ ପ୍ୟାରିସ ବେକରୀରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ଫଳରେ ବେକରୀର ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।

ଅନ୍ୟପଟେ ଗତକାଲି ସମ୍ବଲପୁର ରାତିରେ ସମଲେଶ୍ୱରୀ ମନ୍ଦିର ଅଂଚଳର ଏକ ବରାତି ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି । ଡିଜେବାଲାର ଆକ୍ରମଣରେ ଜଣେ ପିଜି ଡାକ୍ତରୀ ଛାତ୍ର ଅଭିଷେକ ସାହୁଙ୍କ ମୁଣ୍ଡ ଫାଟିଯାଇଛି। ଅଭିଷେକଙ୍କ ଜଣେ ସହାପାଠୀଙ୍କର ବାହାଘର ଥିଲା। ବଡ଼ବଜାରରୁ ସମଲେଶ୍ୱରୀ ମଣ୍ଡପକୁ ବରାତି ଶୋଭାଯାତ୍ରା ଆସୁଥିବା ବେଳେ ମନ୍ଦିର ପାଖରେ ମନପସନ୍ଦର ଗୀତ ବଜାଇବାକୁ ନେଇ ଡିଜେବାଲାଙ୍କୁ ଡାକ୍ତରୀ ଛାତ୍ରମାନେ ମନା କରିଥିଲେ । ରାତି ୧୦ଟା ପରେ ଡିଜେ ବଜାଇବା ଉପରେ କଟକଣା ରହିଥିବା ବେଳେ ଏପଟେ ବିଳମ୍ବ ହେଉଥିବାରୁ ଡିଜେବାଲା ଅନାଗ୍ରହ ପ୍ରକାଶ କରିଥିଲେ । ଏହାକୁ ନେଇ କଥା କଟାକଟି ହୋଇଥିଲା । ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା । ଏଥିରେ ଉତ୍ତେଜିତ ହୋଇ ଡିଜେବାଲା ଡାକ୍ତରୀ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ ।