ବାଲେଶ୍ୱର ଶ୍ୟାମସୁନ୍ଦପୁରରେ ଅଗ୍ନିକାଣ୍ଡ: ନିମିଷକେ ଜଳିଗଲା ୪ବଖରା ଘର

36

କନକ ବ୍ୟୁରୋ : ନିଆଁ ଆଁରେ ଜଳିଗଲା ସବୁ । ପୋଡି ଛାର ଖାର ହୋଇଗଲା ଘରର ସବୁ ଆସବାବପତ୍ର । ଚାହୁଁ ଚାହୁଁ ନିମିଷକ ମଧ୍ୟରେ ସ୍ୱପ୍ନ ସବୁ ମାଟିରେ ମିଶିଗଲା । ପାଉଁଶ ଭିତରୁ ଖୋଜୁଥିଲେ ପୁରୁଣା ଦିନର ଅଭୁଲା ସ୍ମୃତି । ଆଖିି ସାମ୍ନାରେ ଭାସିଆସୁଛି ଘରେ ବିତାଇବା କେତେ କାଳର ଅଙ୍ଗେନିଭା କଥା । ଅଧାପୋଡା ସାମଗ୍ରୀ ଭିତରୁୁ ଖୋଜୁଛନ୍ତି ବଂଚିବାର ରାହା ବାଲେଶ୍ୱର ଜିଲ୍ଲା ଖବରା ବ୍ଲକ ଶ୍ୟାମସୁନ୍ଦରପୁର ଗାଁ ର କରୁଣାକର ବାରିକ ।

ଗତକାଲି ରାତିରେ ହଠାତ ନିଆଁ ଲାଗିଯିବାରୁ ୪ବଖରା ଘରେ ନିଆଁ ଲାଗିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲା । ତେବେ ନିଆଁ ଲାଗିବାର ଅସ୍ପଷ୍ଟ ରହିଛି । ବାହାରେ ପଡି ରହିଛି ଅଧା ପୋଡା ବାକସ ସହ କିଛି ପୋଷାକ ପତ୍ର । ଘରେ ଖାଇବା ପାଇଁ ବି କିଛି ନାହିଁ । ଚିନ୍ତାରେ ଭାଙ୍ଗି ପଡିଛି ପୂରା ପରିବାର । ଚଳିବେ କେମିତି ଖାଇବେ କଣ ।