ଜଗତସିଂହପୁରର ବିରିଡି ଥାନା ଅଢଙ୍ଗ ବଜାରରେ ଅଗ୍ନିକାଣ୍ଡ

26

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଅଢଙ୍ଗ ବଜାରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨ଟି ତେଜେରାତି ଦେକାନ, ଗୋଟିଏ ପରିବା ଦୋକାନ ଓ ଗୋଟିଏ ମୋବାଇଲ ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇଛି ।

ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାରୁ କେହି ନିଅାଁ ଲଗାଇ ଦେଇଥିବାର ବ୍ୟବସାୟୀମାନେ ସନ୍ଦେହ କରିଛନ୍ତି । ରାତି ପ୍ରାୟ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିବାର ଜଣାଯାଇଛି । ଏଥିରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜିନିଷ ପତ୍ର ପୋଡିଯାଇଛି ।

ଦେଖନ୍ତୁ ଏହି ଭିଡିଓ :