ସମ୍ବଲପୁର ବୋର୍ଡ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ ! ପୋଡିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କମ୍ପୁଟର

164

କନକ ବ୍ୟୁରୋ : ସମ୍ବଲପୁର ବୋର୍ଡ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଜେଛ ଛକରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଶାଖାର କାର୍ଯ୍ୟାଳୟରେ କିଛି ଦୁର୍ବୃତ ନିଆଁ ଲଗାଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥ୍ଳରେ ପହଂଚି ନିଆଁକୁ ଆୟତ କରିଛି । ବୋର୍ଡ ଅଫିସରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳିଯାଇଛି । ଦୁଇଟି ବାଇକ ପୋଡିଯାଇଛି ।

ଆଜି ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚାଲିଥିଲା ବେଳେ ହଠାତ କିଛି ଲୋକ ଅଫିସ ବନ୍ଦ କରିବାକୁ କହିଥିଲେ । ଏହା ପରେ ଅଫିସ ବନ୍ଦ ନକରିବାରୁ କିଛି ଦୁର୍ବୃତ୍ତ ବାଇକ ସହ କମ୍ପୁଟର ଓ କାଗଜପତ୍ର ଜାଳିଦେଇଥିଲେ । କିଏ ଓ କାହିଁକି ନିଆଁ ଲଗାଇଲେ ଜଣାପଡିନଥିବା ବେଳେ ଏସପି ଘଟଣା ସ୍ଥଳରେ ପହଚିଂ ଅନ୍ୟୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ବୋର୍ଡ଼ କର୍ତ୍ତୃପକ୍ଷ ଏନେଇ କିଛି ପ୍ରତିକ୍ରୟା ରଖିନାହାନ୍ତି ।

ସୂଚନାଯୋଗ୍ୟ ଦିନ ଗୋଟାଏ ବେଳେ ଫର୍ମ ପୂରଣ କରୁଥିବା ସମୟରେ ହଠାତ୍ ୫ରୁ ୭ ଜଣ ଲୋକ ଅଫସି ଭିତରକୁ ପଶିଆସିଥିଲେ । ପ୍ରଥମେ ସେମାନେ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ କହିଥିଲେ । ତେବେ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ଦିନ ଥିବାରୁ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ମନାକରିଥିଲେ ଉପନିର୍ଦ୍ଦେଶକ । ଉତକ୍ଷିକ୍ତ ହୋଇ ଦୁର୍ବୃତ୍ତମାନେ ପ୍ରଥମେ ବାହାରେ ଛିଡ଼ାହୋଇଥିବା ୨ ବାଇକକୁ ନିଆଁ ଲଗାଇଦେଇଥିଲେ । ଆଉ ପରେ କାର୍ଯ୍ୟାଳୟର ୩ଟି ରୁମକୁ ନିଆଁ ଲଗାଇ ଦେଇଥିଲେ ।