କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡା କ୍ୟାମ୍ପସରେ ନିଆଁ ! ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର କସରତ

43

କନକ ବ୍ୟୁରୋ : କେରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିଆଁ । ସୁନାବେଡା କ୍ୟାମ୍ପସରେ ଲାଗିଛି ଏହି ନିଆଁ । ବିଶ୍ୱବିଦ୍ୟାଳୟର ଗେଷ୍ଟ ହାଉସ ପାଖରେ ଏହି ନିଆଁ ଲାଗିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ନିଆଁକୁ ଆୟତ କରିବାକୁ ଦମକଳ ବାହିନୀକୁ ବଡ କସରତ କରିବାକୁ ପଡିଥିଲା । ଫଳରେ ବଡ କ୍ଷୟକ୍ଷତିକୁ ଏଡାଇଦିଆଯାଇପାରିଛି । ଖୁବ ଅଳ୍ପରେ ଏତେ ବଡ଼ ବିପତ୍ତି ଟଳିଯାଇଛି ସତ ହେଲେ ଅନେକ ଗଛଲତା ପୋଡ଼ିଯାଇଛି ।

ସୂଚନାଯୋଗ୍ୟ ନିଆଁ ଲାଗିବା ପରେ ଆଖପାଖରେ ଥିବା ଗାଁ ଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଥିବା ଗେଷ୍ଟ ହାଉସକୁ ନିଅାଁ ଲାଗିବା ପୂର୍ବରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଅାଁକୁ ଆୟତ କରିଥିଲେ । ତେବେ ସୌଭାଗ୍ୟବଶତଃ କୌଣସି ଛାତ୍ରଛାତ୍ରୀ କଲେଜରେ ନାହାନ୍ତି । ସମସ୍ତେ ଘରକୁ ଯାଇଛନ୍ତି । ନହେଲେ ହୁଏତ ପରିସ୍ଥିତି ଅଧିକ ଭୟଙ୍କର ହୋଇଥାଆନ୍ତା । ତେବେ କିପରି ନିଅାଁ ଲାଗିଛି ତା’ର କୌଣସି କାରଣ ଜଣାପଡ଼ିନାହିଁ । କେଉଁ ପରିସ୍ଥିତିରେ ନିଅାଁ ଲାଗିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି