ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିରରେ ନିଆଁ : ଜଳିଗଲା ରୋଷଘରର ୧୬ ବଖରା ଘର, ନିଆଁକୁ ଆୟତ କରିବାକୁ ଅଗ୍ନଶିମ ବିଭାଗ ୨ ଘଂଟା ଧରି ନାକେଦମ

72

କନକ ବ୍ୟୁରୋ : ଭୁବନେଶ୍ୱରରେ ଅନନ୍ତ ବାସୁଦେବ ମନ୍ଦିରରେ ନିଆଁ । ଏଥିରେ ମନ୍ଦିର ରୋଷଘର ୧୬ ବଖରା ଘର ଜଳିଯାଇଛି । ନିଆଁକୁ ଆୟତ କରିବାକୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରାୟ ୨ ଘଂଟା ଧରି ନାକେଦମ ହେବାକୁ ପଡିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଆଜି ରାତ ସାଢ଼େ ୩ଟା ଅନନ୍ତ ବାସୁଦେବ ମନ୍ଦିରର ରୋଷଘରେ ନିଆଁ ଲାଗିଯାଇଥିଲା । କୌଣସି କାଣରବଶତଃ ୧୬ ବଖରା ଘରଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ରୋଷଘର ଚାଳ ଛପର ଘର ହୋଇଥିବାରୁ ଅତି ଶୀଘ୍ର ନିଅାଁ ବ୍ୟାପୀଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଧୂଆଁ ଲାଗିବାର ଦେଖିବାକୁ ପାଇଥଲେ । ହେଲେ ସେତବେଳେକୁ ଡେରି ହୋଇଯାଇଥିଲା ।

 

ଅନ୍ୟପଟେ ଦମକଳ ବାହିନୀ ଆସିଲା ବେଳକୁ ଆସିଲା ବେଳକୁ ସବୁ ଜଳିପୋଡ଼ ପାଉଁଶ ହୋଇଯାଇଥିଲା । ସୂଚନା ଅନୁସାରେ ପ୍ରତିଦିନ ୫ ହଜାର ଲୋକଙ୍କ ପାଇଁ ଏଠାରେ ଅବଢ଼ା ପ୍ରସ୍ୁତ ହୁଏ । ବ୍ରାହ୍ମଣ ନିଯୋଗ ସମିତି ପକ୍ଷରୁ କୁହାଯାଉଛି ଲୋକଙ୍କୁ ଅବଢ଼ା ମିଳବ ସତ କିନ୍ତୁ ଆଜି କିଛି ସମୟ ବିଳମ୍ବ ହେବ ।