ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ । ଜଳିଗଲା ୬ରୁ ଅଧିକ ଦୋକାନ, ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ।

377

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଏଜି ଛକ ନିକଟରେ ଥିବା ଭେଣ୍ଡିଂ ଜୋନରେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ଅଗ୍ନିକାଣ୍ଡ ଘଟିଛି । ଇଣ୍ଡିଆନ ଏୟାରଲାଇନ୍ସ କାର୍ଯ୍ୟାଳୟ ନିକଟରେ ଥିବା ଏହି ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ ହେବାରୁ ୬ଟି ଦେକାନ ସଂପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି । ସେହିପରି ୨ଟି ଦୋକାନ ଆଂଶିକ ଭାବେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛି ।

ସୂଚନା ଅନୁସାରେ, ହଠାତ୍ ମୁଖ୍ୟରାସ୍ତା କଡ଼ରେ ଥିବା ଦୋକାନଗୁଡ଼ିକ ଜଳିଯାଉଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁଲିଭା କାର୍ଯ୍ୟରେ ୨ଟି ଗାଡ଼ି ନିୟୋଜିତ ହୋଇଥିଲା । ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ ।