ଚାରିଆଡେ ଲାଗୁଛି ନିଆଁ ! ବମିଖାଲର ଛାତ୍ରବାସରେ ନିଆଁ ଲିଭା ନ ସରୁଣୁ ଲକ୍ଷ୍ମୀସାଗର ଶନିମନ୍ଦିର ବସ୍ତିରେ ଲାଗିଲା ନିଆଁ

24

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲର ଏକ ଛାତ୍ରାବାସରେ ନିଆଁ ଲାଗିଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ତେବେ ଦମକଳ ବାହିନୀ ଶୀଘ୍ର ପହଂଚିଥିବାରୁ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଆଜି ସକାଳେ କୌଣସି କାରଣରୁ ଛାତ୍ରାବାସର କିଛି ପିଲାଙ୍କୁ ପୋଲିସ ଉଠାଇ ନେଇଥିଲା । ପୋଲିସ ଯିବାର କିଛି ସମୟ ପରେ ହଷ୍ଟେଲରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ସେପଟେ ଲକ୍ଷ୍ମୀସାଗର ଶନିମନ୍ଦିର ବସ୍ତିରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଟିଏ ଘର ପୋଡି ପାଉଁଶ ହୋଇଥିବା ସୂଚନା ମିଳିଛି । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇଛି ।