ଆମେରିକା ରାଷ୍ଟ୍ରପତିଙ୍କ ଘରେ ଲାଗିଲା ନିଆଁ ! ଅଳ୍ପକେ ବର୍ତ୍ତିଲେ ଡୋନାଲ୍ଡ ଟ୍ରମ୍ପ

20

ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଲାଗିଲା ନିଆଁ । ସୋମବାର ନ୍ୟୁୟର୍କର ମେନହଟ୍ଟନ ସ୍ଥିତ ଟ୍ରମ୍ପ ଟାୱାରରେ ନିଆଁ ଲାଗିଥିବା ସୂଚନା ମିଳିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ଏହା ଦ୍ୱିତୀୟ ବାସଭବନ । ହ୍ୱାଇଟ ହାଉସ ଟ୍ରମ୍ପଙ୍କର ସରକାରୀ ବାସଭବନ ହୋଇଥିବା ବେଳେ ଏହା ତାଙ୍କର ଦ୍ୱତୀୟ ବାସଗୃହ । ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଟ୍ରମ୍ପ ଟାୱାରରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଟ୍ରମ୍ପ ଟାୱାରରେ ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିଶମ ବିଭାଗର କହିବା ଅନୁଯାୟୀ, ଟ୍ରମ୍ପ ଟାୱାରର ଛାତରେ ଥିବା ଏକ ଇଲେକଟ୍ରିକ ବସରେ ପ୍ରଥମେ ନିଆଁ ଲାଗିଥିଲା ପରେ ଏହା ଅନ୍ୟ ଆଡକୁ ବ୍ୟାପିଥିଲା । ଟ୍ରମ୍ପ ଟାୱାରରେ ୨୭ଟି କର୍ମସିଆଲ ଫ୍ଲୋର ରହିଛି । ଏଠାରେ ଟ୍ରମ୍ପ ଅର୍ଗାନାଇଜେସନର ମୁଖ୍ୟ କାର୍ଯ୍ୟାଳୟ ରହିଛି । ତେବେ ଟମ୍ପ ସେଠାରେ ନ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ , ରାଷ୍ଟ୍ରପତି ଟ୍ରମ୍ପ ଏବେ କୌଣସି କାର୍ଯ୍ୟରେ ୱାସିଂଟନ ଡିସିରେ ଅଛନ୍ତି ।