ମୁମ୍ବାଇର ଅନେ୍ଧରୀ ସ୍ଥିତ ଇଏସଆଇସି ହସ୍ପିଟାଲରେ ଭୟାବୟ ଅଗ୍ନିକାଣ୍ଡ ! ୨ ମାସର ଶିଶୁ ସମତେ ୬ ମୃତ, ୧୫୦ ଜଣ ଉଦ୍ଧାର

101

କନକ ବ୍ୟୁରୋ : ମୁମ୍ବାଇର ଅନ୍ଧେରୀଠାରେ ଥିବା ଇଏସଆଇସି କାମଗର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି । ୬ ମୃତକଙ୍କ ମଧ୍ୟରେ ଦୁଇ ମାସର ଶିଶୁ ମଧ୍ୟ ପ୍ରାଣ ହରାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରୁ ୧୫୦ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଅପରାହ୍ନ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିବା ସହ ୪.୪୫ ବେଳକୁ ସବୁଆଡ଼କୁ ବ୍ୟାପୀ ଯାଇଥିଲା ବୋଲି ସୂଚନା ରହିଛି । ହସ୍ପିଟାଲରେ ନିଆଁ ଲାଗି ଯାଇଥିବା ଖବର ମିଳିବା ପରେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୧୦ଟି ନିଆଁ ଲିଭା ଗାଡ଼ି, ୭ଟି ପାଣି ଟ୍ୟାଙ୍କର୍, ୩ଟି ଉଚ୍ଚ ସିଢ଼ି, ୧୬ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ସବୁ ଲୋକଙ୍କୁ ହସ୍ପିଟାଲରୁ ଉଦ୍ଧାର କରାଯାଇଛି ।

ନିଆଁ ଲାଗି ଯିବା ପରେ ପୂରା ବିଲ୍ଡିଂ ଧୂଆଁମୟ ହୋଇ ଯାଇଥିଲା । ହସ୍ପିଟାଲରେ ଅନେକ ରୋଗୀ ଭର୍ତ୍ତି ହୋଇ ରହିଥିବା ହେତୁ ଅଗ୍ନିଶମ କର୍ମଚାରୀମାନେ ହସ୍ପଟାଲର ପୂରା ଉପର ଉପର ମହଲା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ମରିଥିବା ଲୋକଙ୍କ ମଧ୍ୟରେ ଅଧିକ ହସ୍ପିଟାଲର କର୍ମଚାରୀ ଥିଲେ ବୋଲି ଜଣାପଡ଼ିଛି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ହସ୍ପିଟାଲରୁ ସୁରକ୍ଷିତ ବାହାର କରିଥିବା ୧୦ରୁ ଅଧିକ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।