ଭୁବନେଶ୍ୱର ୟୁନିଟ-୮ ସ୍ଥିତ ଏନଏଚଏମ୍ ଅଫିସରେ ଅଗ୍ନିକାଣ୍ଡ ! ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ 

105

କନକ ବ୍ୟୁରୋ : ଭୁବନେଶ୍ୱରର ୟୁନିଟ-୮ସ୍ଥିତ ଏନଏଚଏମ୍ ଅଫିସରେ ଅଗ୍ନିକାଣ୍ଡ ।  ଆଜି ସନ୍ଧ୍ୟାରେ ଏନଏଚଏମ୍ ଅଫିସର ଦ୍ୱିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଏଯାଏଁ କ୍ଷୟକ୍ଷତି ସଂପର୍କରେ ଜଣାପଡ଼ି ନାହିଁ । ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ ଆଜି ସକାଳ ପ୍ରାୟ ୧୦ଟା ହଠାତ ଆପୋଲ ହସ୍ପିଟାଲର ୫ମ ମହଲାରେ ଥିବା ଆଇସିୟୁ ପାଖରେ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ ହସ୍ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ପ୍ରବଳ ଧୂଆଁ ଯୋଗୁଁ ପରିସ୍ଥିତି ଗମ୍ଭୀର ରହିବା କାରଣରୁ ରୋଗୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିଶମ ଅଧିକାରୀ ମାନେ କାଚ ଭାଙ୍ଗି ଭିତରେ ପ୍ରବେଶ କରି ରୋଗୀଙ୍କୁ ସୁରକ୍ଷିତ ଭାବରେ ଏମର୍ଜେନ୍ସି ଗେଟ୍ ଦେଇ ବାହାରକୁ ବାହାର କରିଥିଲେ ।