କଟକ ଦରଘାବଜାର ସ୍ଥିତ ବିଗ୍ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ! ନିଆଁକୁ ଆୟତ କଲେ ଦମକଳ ବାହିନୀ

202

କନକ ବ୍ୟୁରୋ : କଟକ ବିଗ୍ ବଜାରରେ ବଡ଼ ଧରଣରର ଅଗ୍ନିକାଣ୍ଡ । ସୋମବାର ସକାଳେ ସ୍ଥାନୀୟ ଦରଘା ବଜାର ପୁରୁଣା ଜେଲ୍ ପରିସର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆର୍କେଡରେ ଥିବା ବିଗ୍ ବଜାରରେ ନିଆଁ ଲାଗିଛି। । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । କେଉଁ କାରଣ ପାଇଁ ନିଆଁ ଲାଗିଛି ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ଅଗ୍ନିକାଣ୍ଡରେ ଗୋଟିଏ ବାର କ୍ଷତିଗ୍ରସ୍ତ ହୋଇଛି ।

ଅଭିଯୋଗ ପରେ ଘଟଣାସ୍ଥଳରେ ୩ଟି ଦମକମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି । ମୁଖ୍ୟ ଅଗ୍ନିଶମ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।  ସୂଚନା ଅନୁସାରେ ୪ ମହଲାରେ ନିଆଁ ଲାଗିଥିଲା । ପୁଲିସ୍ ଏବେ ଅଗ୍ନିକାଣ୍ଡ ଘଟିବା ନେଇ ତଦନ୍ତ ଆରମ୍ଭ କରିିଛି ।