ଭୁବନେଶ୍ୱର ରେଲୱେ ଷ୍ଟେସନର ଯାତ୍ରୀ ବିଶ୍ରାମଗୃହ ନିକଟରେ ଅଗ୍ନିକାଣ୍ଡ ! ଯାତ୍ରୀ ଆତଙ୍କିତ, କାରଣ ଅସ୍ପଷ୍ଟ

172

କନକ ବ୍ୟୁରୋ : ଭୁବନେଶ୍ୱର ରେଲୱେ ଷ୍ଟେସନରେ ଲାଗିଲା ନିଆଁ । ରେଲୱେ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର ନିକଟରେ ହଠାତ୍ ଅଗ୍ନି୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ମୃତାହତର କୌଣସି ସୂଚନା ନାହିଁ । ତେବେ ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟରେ ଚିତ୍କାର କରି ଦୌଡ଼ାଦୌଡ଼ି କରିଥିଲେ । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ, ଏବଂ ନିଆଁକୁ ଆୟତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ, ଆଜି ସକାଳ ୮ଟା ୩୦ ମିନିଟରେ ହଠାତ ରେଳ ଷ୍ଟେସନର ଯାତ୍ରୀ ବିଶାମଗାର ନିକଟରେ ନିଆଁ ଲାଗି ଯାଇଥିଲା । ବିଶ୍ରାମଗାର ବାହାରେ ଗଦ। ହୋଇଥିବା ପ୍ଲାଷ୍ଟିକ ସାମଗ୍ରୀରେ କୌଣସୀ କାରଣରୁ ନିଆଁ ଲାଗିଥିଲା । ଯାହା ହୁହୁ ହେଇ ଜଳିବାରେ ଲାଗିଥିଲା । ସେଠାରେ ଉପସ୍ଥିତ ପୋଲିସ, ସାଧାରଣ ଲୋକେ ମିଶି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ। ପରେ ଦମକଳ ବାହିନୀ ଆସି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିଲା ।