ବ୍ରହ୍ମପୁରରେ ଜଳୁଛି ବସ୍ତି । ବିଜୁ ପଟ୍ଟନାୟକ ପାର୍କ ନିକଟ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ।  ଜଳିଗଲା ଶହେ ଘର, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ  

27
କନକ ବ୍ୟୁରୋ : ବ୍ରହ୍ମପୁରରେ ଜଳୁଛି ବସ୍ତି । ସହରର ବିଜୁ ପଟ୍ଟନାୟକ ପାର୍କ ନିକଟ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି  । ବସ୍ତିରେ ଲାଗିଥିବା ନିଆଁରେ ଶହେ ଘର ଜଳିଯାଇଛି  । ଏହାସହ ଲକ୍ଷାଧିକ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି  । ନିଆଁ ଲିଭାଇବା ପାଇଁ ନାକେଦମ ହୋଇଛି ଅଗ୍ନିଶମ ବିଭାଗ  । ତେବେ କେଉଁ କାରଣରୁ ବସ୍ତିରେ ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।