ବ୍ରହ୍ମପୁର କମାପଲ୍ଲୀ ବଜାରରେ ଭୟାବହ ଅଗ୍ନିକାଣ୍ଡ । କ୍ଷଣିକ ମଧ୍ୟରେ ଧ୍ୱଂସ ହୋଇଗଲା ଲକ୍ଷାଧିକ ଟଙ୍କାର ସଂପତି

ଅଗ୍ନିକାଣ୍ଡର କାରଣ ବର୍ତମାନ ସୁଦ୍ଧା ଜଣାପଡିନାହିଁ ।

97

କନକ ବ୍ୟୁରୋ: ବ୍ରହ୍ମପୁର ସହର କମାପଲ୍ଲୀ ବଜାରରେ ନିଆଁ । ଗତକାଲି ବିଳମ୍ବିତ ରାତିରେ ଏହି ବଜାରରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଳ୍ପ ସମୟ ମଧ୍ୟରେ ସେଠାରେ ପ୍ରଥମ ମହଲାରେ ଥିବା ଅମରନାଥ ପୂଜା ସାମଗ୍ରୀ ଦୋକାନ ଭସ୍ମୀଭୂତ ହୋଇଯାଇଛି । ଏହି ସହ ପ୍ରଚଣ୍ଡ ନିଆଁର ପ୍ରଭାବରେ ତଳ ମହଲାରେ ଥିବା ଇଲେକ୍ଟିରାଲ ଦୋକାନ ସମେତ ଆଖପାଖ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୧ଟାରେ ଏହି ଭୟାବହ ଅଗ୍ନିକାଣ୍ତ ଘଟି ବିପୁଳ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ମଧ୍ୟରାତ୍ରି ସୁଦ୍ଧା ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଉପର ମହଲାରେ ଥିବା ଏହି ଦୋକାନ ବନ୍ଦ ହେବା ପରେ ରାତିରେ ହଠାତ୍ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ପରେ ଏହି ନିଆଁ ଦୋକାନକୁ ସ˚ପୂର୍ଣ୍ଣ ବ୍ୟାପି ଯାଇଥିଲା। ଖବର ମିଳିବା ସୁଦ୍ଧା, ଦମକଳବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସର୍ଟସର୍କିଟରୁ ଅଗ୍ନିକାଣ୍ତ ଘଟିଥିବା ଅନୁମାନ କରାଯାଉଛି।