ତାମିଲନାଡୁର ଏକ ଜଙ୍ଗଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ! ନିଆଁରେ ଜଳି ୯ ଜଣ ପର୍ବତାରୋହିଙ୍କ ମୃତ୍ୟୁ , ବାୟୁସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

24

ତାମିଲାନାଡ଼ୁର ଥେନି ଜିଲ୍ଲାରେ ଥିବା ଏକ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୯ ଜଣ ପର୍ବତାରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ଲୋକଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ୯ ଜଣଙ୍କ ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ୪ ଜଣ ମହିଳା ଓ ଜଣେ ଛୋଟ ଶିଶୁ ରହିଛନ୍ତି ।

ସୂଚନା ଅନୁସାରେ ୩୬ଜଣ ଛାତ୍ର ଥେନିରେ ଥିବା କୁଂରଗନି ପାହାଡ଼କୁ ଟ୍ରାକିଂ ପାଇଁ ଯାଇଥିଲେ । ଏହି ଅବସରରେ ଜଙ୍ଗଲରେ ଛାତ୍ରମାନେ ନିଆଁ ଲଗାଇଥିଲେ । ଅଗ୍ନିକାଣ୍ଡର ଭୟାବହତା ଏତେ ରହିଥିଲାଯେ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡ଼ିଥିଲା । ଫଳରେ ଏହି ଅଗ୍ନିକାଣ୍ଡରେ ୯ଜଣଙ୍କ ପ୍ରାଣହାନି ହେବା ସହ ଅନେକ ଗୁରୁତର ହୋଇଛନ୍ତି । ଏହି ଘଟଣା ପରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିର୍ଦ୍ଦେଶରେ ବିମାନ ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ ପଠାଯାଇଛି ।