ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା ! ପେଟ୍ରୋଲ ଭରୁଥିବା ସମୟରେ ଗାଡିରେ ଲାଗିଲା ନିଆଁ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଲା ବିପଦ ।

43

ଅଳ୍ପକେ ବର୍ତ୍ତିଗଲା ଏକ ବଡ ଦୁର୍ଘଟଣା । ଆଜି ସନ୍ଧ୍ୟା ୫.୪୦ ମିନିଟ ସମୟରେ ଜୟପୁର ସଦରଥାନା ସାମ୍ନାରେ ଥିବା ପେଟ୍ରୋଲ ଟାଙ୍କିରେ ଏକ ବଡ ଧରଣର ଦୁର୍ଘଟଣା ପେଟ୍ରୋଲ ଟାଙ୍କିର କର୍ମଚାରୀ ମାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟଳି ଯାଇଛି ।

ସୂଚନା ମୁତାବକ, ଜୟପୁର ସଦରଥାନା ସମ୍ନାରେ ପ୍ରାୟ ୫ ବାଜି ୩୦ ମିନିଟ ସମୟରେ ଓ.ଡି.୩୩ ଏମ୍ ୮୫୭୩ ନମ୍ବର ଥିବା ଏକ ଧଳା ରଙ୍ଗର ବୋଲେର ଗାଡି ଡିଜେଲ ଭର୍ତ୍ତି କରି ଯିବାକୁ ବାହାରିବା ସମୟରେ ହଠାତ୍ ଗାଡି ଇଞ୍ଜିନରୁ ନିଆଁ ବାହାରିଥିଲା । ଏକଥା ପେଟ୍ରୋଲ ଟାଙ୍କିର କର୍ମଚାରୀ ଦେଖି ସଂଗେ ସଂଗେ ଟାଙ୍କିରେ ଥିବା ଅଗ୍ନି ନିର୍ବାପକ ସାହାଯ୍ୟରେ ନିଆଁକୁ ଆୟତ କରିବାରେ ଲାଗିପଡିଥିଲେ ଓ ନିକଟରେ ଥିବା ଅଗ୍ନିଶମ ବିଭାଗକୁ ଖବର କରିଥିଲେ । ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ପେଟ୍ରୋଲ ଟାଙ୍କିର କର୍ମଚାରୀ ଓ ଦମକଳ ବାହିନୀର ତୁରନ୍ତ ପଦକ୍ଷପ ହେତୁ ଏକ ବଡ ଧରଣର ଦୁର୍ଘଟଣାକୁ