ନୋଏଡ଼ାର ମେଟ୍ରୋ ହସ୍ପିଟାଲରେ ଅଗ୍ନିକାଣ୍ଡ ! ଫସିଛନ୍ତି ୨୦ରୁ ଉର୍ଦ୍ଧ୍ୱ ରୋଗୀ

85

କନକ ବ୍ୟୁରୋ : ଉତ୍ତରପ୍ରଦେଶ ନୋଏଡ଼ାର ମେଟ୍ରୋ ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ନିଆଁ ଲାଗବା ପରେ ଦମକଳ ବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ହସ୍ପିଟାଲ କାଚ ଭାଙ୍ଗି ଲୋକଙ୍କୁ ବାହାର କରାଯାଉଛି । ସୂଚନା ଅନୁସାରେ ୨୪ ଜଣରୁ ଅଧିକ ରୋଗୀ ଡାକ୍ତରଖାନାରେ ଫସି ରହିଛନ୍ତି । ଫସିଥିବା ରୋଗୀଙ୍କୁ ବାହାର କରିବା ପାଇଁ ଚେଷ୍ଟା କରାଯାଉଛି । କେଉଁ କାରଣରୁ ନିଆଁ ଲାଗିଛି ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ ।

ହସ୍ପିଟାଲରେ ନିଆଁ ଏତେ ଜୋରରେ ଲାଗିଛି ଝରକା ଭାଙ୍ଗି ଓ ରସି ସାହାଯ୍ୟରେ ଲୋକଙ୍କୁ ବାହାର କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ହସ୍ପିଟାଲର ଅଗ୍ନି୍ନି ନିର୍ବାପକ ଯନ୍ତ୍ର କାମ କରୁନାହିଁ । ଏପରିସ୍ଥଳେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଉପରେ ବଡ଼ ପଶ୍ନ ସୃଷ୍ଟି ହୋଇଛି । ତେବେ ମେଡ଼ିକାଲରେ ଧୂଆଁ ଧୂଆଁ ହୋଇଯବାରୁ ରୋଗୀମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ।