ଆଖଣ୍ଡଳମଣୀଙ୍କ ଭଣ୍ଡାରଘରେ ନିଆଁ ! ପୋଡିଗଲା ପୂଜା ସାମଗ୍ରୀ

265

କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାର ଆରଡିସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗି ପୋଡିଗଲା ଠାକୁରଙ୍କ ପୂଜା ସାମଗ୍ରୀ। ଗତକାଲି ବିଳମ୍ବିତ ରାତିରେ ବାବା ଆଖଣ୍ଡଳମଣୀଙ୍କ ଭଣ୍ଡାର ଘରେ ନିଆଁ ଲାଗିଥିଲା। ଖବର ପାଇ ଧାମନଗର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେବାୟତ୍ତଙ୍କ ସହାୟାତାରେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଭଣ୍ଡାରଘରେ ନିଆଁ ଲାଗିବାର କାରଣ ଜଣାପଡିନି।

ତେବେ ମନ୍ଦିରର ଭଣ୍ଡାର ଘରେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ଖବର ଜଣାପଡିବା ପରେ ମନ୍ଦିର ପାଖରେ ଅନେକ ଭିଡ ଜମିଥିବା ନେଇ ସୂଚନା ମିଳିଛି ।