ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ‘ଫିରଙ୍ଗୀ’ ! ସିନେମା ଦେଖିବାକୁ ମିଳିବ ବ୍ରିଟିଶ ଶାସନ ସମୟର କାହାଣୀ

100

ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ‘ଫିରଙ୍ଗୀ’ । ଏଥିରେ ଲିଡ୍ ରୋଲରେ ଅଛନ୍ତି କମେଡି କିଙ୍ଗ କପିଲ ଶର୍ମା । ୧୯୨୦ ମସିହାର କାହାଣୀକୁ ନେଇ ପର୍ଯ୍ୟବେଶିତ ହୋଇଛି ଫିଲ୍ମ ‘ଫିରଙ୍ଗୀ’ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜିବ ଧିଂଗ୍ରା । ଫିରଙ୍ଗୀରେ କପିଲ ଜଣେ ପଂଜାବୀ ଗବରୁ ଯବାନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଚରିତ୍ରର ନାଁ ରହିଛି ମଙ୍ଗା ।

ଏହିି କମେଡି ଫିଲ୍ମରେ କପିଲଙ୍କ ଅପୋଜିଟରେ ଅଛନ୍ତି ଇସିତା ଦତ୍ତ ଓ ମୋନିକା ଗିଲ । ଫିରଙ୍ଗୀରେ କପିଲଙ୍କ ନିଜ ପରିବାର ସଦସ୍ୟ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଭଉଣୀ ଓ ଭାଉଜଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ।