ବଦନାମ ହେଲେ ଦିଲ୍ଲୀର ଆତ୍ମଘୋଷିତ ବାବା ଆଶୁ ଭାଇ ଗୁରୁଜୀ: ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ, ଆଶ୍ରମରେ କ୍ରାଇମବ୍ରାଂଚର ଚଢ଼ାଉ

85

କନକ ବ୍ୟୁରୋ: ଦିଲ୍ଳୀରେ ଆତ୍ମଘୋଷିତ ବାବା ଆଶୁ ଗୁରୁଦେବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ହଜଖାସ୍ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ମହିଳା । ବାବାଙ୍କ ବ୍ୟତୀତ ତାଙ୍କ ପୁଅ ଓ ସହଯୋଗୀଙ୍କ ନାଁରେ ବି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ବାବା ଦୀର୍ଘ ପାଂଚବର୍ଷ ହେବ ବିଭିନ୍ନ ସ୍ଥାନରେ ତାଙ୍କୁ ବନ୍ଦୀ ରଖିବା ସହ ବଳାକ୍ରାର କରି ଆସୁଥିଲେ । ଏବେ ପୀଡିତାଙ୍କ ନାବାଳିକା ଝିଅ ସହ ମଧ୍ୟ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ।

ପୀଡିତାଙ୍କ ସୂଚନା ଅନୁଯାୟୀ ସେ ୨୦୦୮ ମସିହାରେ ପ୍ରଥମେ ତାଙ୍କ ୬ବର୍ଷିୟ ଝିଅର ଚିକିତ୍ସା ପାଇଁ ଆଶ୍ରମକୁ ଆସିଥିଲେ । କିନ୍ତୁ ୨୦୧୩ ରେ ତାଙ୍କୁ ପାନୀୟ ଦ୍ରବ୍ୟରେ ନିଶା ଦେଇ ପ୍ରଥମେ ବାବା ଦୁଷ୍କର୍ମ କରିଥିଲେ । ତାପରେ ଏକଥା ବାହାରେ କହିଲେ ଝିଅକୁ ହତ୍ୟା କରିବା ଧମକ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ପୀଡିତା ।

ପରେ ୨୦୧୬ରେ ବାବାଙ୍କ ପୁଅ ଓ ତାଙ୍କ ବନ୍ଧୁ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଂଚ ତଦନ୍ତ ଆରମ୍ଭ କରିଛି । ଧାରା ୩୭୬ ଓ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରିବା ସହ ଆଶୁଙ୍କ ରୋହିଣି ସ୍ଥିତ ଆଶ୍ରମରେ ଛାପା ମାରିଛି ଦିଲ୍ଲୀ କ୍ରାଇମବ୍ରାଂଚ ଟିମ୍ ।