ପପୁ ପମ୍ ପମ୍ କାଷ୍ଟିଂ କାଉଚ ମାମଲା : ପୀଡିତା ନାବାଳିକାଙ୍କ ବାପା ଓ ମାଙ୍କ ନାଁରେ ଏତଲା

106

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ପମ୍ ପମଙ୍କ କାଷ୍ଟିଂକାଉଚ୍ ମାମଲା ପ୍ରତିଦିନ ନେଉଛି ଭିନ୍ନ ଭିନ୍ନ ମୋଡ । ଆଜି ଭୁବନେଶ୍ୱର ମହିଳା ଥାନାରେ ପୀଡ଼ିତାଙ୍କ ବାପା-ମାଙ୍କ ବିରୋଧରେ ଏତଲା ଦେଇଛି ଫ୍ରେଣ୍ଡସ୍ ଫାଉଣ୍ଡେସନ୍ । ପୀଡ଼ିତା ନାବାଳିକାଙ୍କ ବାପା-ମା ବୟାନ ବଦଳାଉଥିବା ନେଇ ଏତଲା ଦିଆଯାଇଛି । ସେହିପରି ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଫ୍ରେଣ୍ଡସ୍ ଫାଉଣ୍ଡେସନ୍ ପକ୍ଷରୁ ଦାବି କରାଯାଇଛି । ନାବାଳିକାଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟ ଦାବି କରାଯାଇଛି । ପପୁଙ୍କ କାଷ୍ଟିଂ କାଉଚ୍ ମାମଲାରେ ୧୫ ଲକ୍ଷ ଟଂକାର ଡିଲକୁ ନେଇ ଚର୍ଚ୍ଚା ହେବା ପରେ କନକ ନ୍ୟୁଜରେ ବୟାନ ରଖିଥିଲେ ନାବାଳିକାଙ୍କ ମାଆ । ଟିଭିରେ ଦେଖାଯାଉଥିବା ଝିଅ ତାଂକର ନୁହେଁ ବୋଲି କହିଥିଲେ । ତାଙ୍କ ବାପା ବି ସେହି ସମାନ କଥା ଦୋହରାଇଥିଲେ ।

ଏହା ସହ ‘ସେ ନୁହେଁ ମୋ ଝିଅ’ : ବାପାଙ୍କ କମ୍ପ୍ରୋମାଇଜ୍ ପିଟିସନ ପରେ ମା’ଙ୍କ ଚାଂଚଲ୍ୟକର ବୟାନ