ସମ୍ ବିରୋଧରେ ଏତଲା : ଆକ୍ସନ୍ ମୁଡରେ ସରକାର

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ ବିରୋଧରେ ଏତଲା ପରେ ଏତଲା । ଖଣ୍ଡଗିରି ଥାନାରେ ଦାୟର ହୋଇଛି ଦୁଇ ଦୁଇଟି ଏତଲା । ପ୍ରଥମେ ଅଗ୍ନିଶମ ବିଭାଗ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି । ସେଂଟ୍ରାଲ ରେଂଜ୍ ଫାୟର ଅଫିସର ଏହି ଏତଲା ଦେଇଛନ୍ତି  ।

ଏତଲାରେ ସଫା ସଫା ଉଲ୍ଲେଖ ରହିଛି , ହସ୍ପିଟାଲରେ ସେଫ୍ଟି ମେଜରର୍ସ ନଥିଲା । ୨୫ ଲିଟର ବିଶିଷ୍ଟ ଟେରାକ୍ ଟ୍ୟାଙ୍କ ନଥିଲା । ଅପରେସନାଲ ସ୍ପ୍ରିଙ୍କଲର୍ ସିଷ୍ଟମ ନଥିଲା । ଫାୟାର ଡିଟେକ୍ସନ୍ ସିଷ୍ଟମ କାମ କରୁନଥିଲା । ଝରକା ମାଧ୍ୟମରେ ଏକ୍ସଟେନ୍ସନାଲ ଫାୟାର ଏସ୍କେପ୍ ଷ୍ଟେୟାର ଷ୍ଟେପ ତିଆରି ହୋଇନଥିଲା । ନିଆଁ ଲାଗିଲେ, ନିଆଁ ଲିଭାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣିର ବ୍ୟବସ୍ଥା ନଥିଲା ।

ସେପଟେ ଡିଏମଇଟିଙ୍କ ପକ୍ଷରୁ ଦାୟର ହୋଇଛି ଆଉ ଏକ ମାମଲା । ଡିଏମଇଟି ଯୁଗ୍ମ ନିର୍ଦ୍ଦେଶକ ଉମାକାନ୍ତ ଶତପଥୀଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି । ୩ ଟି ଦିଗ ନେଇ ଏତଲାରେ ଉଲ୍ଲେଖ ରହିଛି । କର୍ତବ୍ୟରେ ଅବହେଳା, ରୋଗୀ ଏବଂ ଭିଡ ପରିଚାଳନା ନେଇ ଏତଲା ଦିଆଯାଇଛି ।

ସେହିପରି ଛାତ୍ର କଂଗ୍ରେସ ପକ୍ଷରୁ ବି ସମ୍ ହସପିଟାଲ୍ ବିରୋଧରେ ଏତଲା ଦିଆଯାଇଛି । ସମ୍ ହସପିଟାଲ୍ ପ୍ରତିଷ୍ଠାତା ମନୋଜ ନାୟକଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଛି ଛାତ୍ର କଂଗ୍ରେସ ।