ଟ୍ୱିଟରରେ ଅଶାଳୀନ ଭିଡିଓ ସେୟାର୍ କରି ଫସିଲେ ଋଷି କପୁର୍ ! ପର୍ଣ୍ଣୋଗ୍ରାଫିକ୍ ଭିଡିଓ ଅପଲୋଡ୍ ଅଭିଯୋଗରେ ମାମଲା ରୁଜୁ

31

ବଲିଉଡର ଖ୍ୟାତାନାମା ଅଭିନେତା ଋଷି କପୁର୍ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ । କିନ୍ତୁ ଗୋଟିଏ ଟୁଇଟ୍ ଏବେ ଋଷିଙ୍କୁ ଅଡୁଆରେ ପକାଇଛି । ଜଣେ ନାବାଳକର ଅଶାଳୀନ ତଥା ଅଶ୍ଳୀଳ ଭିଡିଓ ଟୁଇଟରରେ ସେୟାର୍ କରି ଫସିଯାଇଛନ୍ତି ଋଷି । ନିଜ ଟୁଇଟର ଆକାଉଂଟରେ ଏହି ପର୍ଣ୍ଣୋଗ୍ରାଫିକ୍ ଭିଡିଓ ସେୟାର୍ କରିବା ପରେ ଋଷିଙ୍କ ବିରୋଧରେ ଏତଲା ଦେଇଛି ସ୍ୱେଚ୍ଛାସେବୀ ସଂସ୍ଥା ‘ଜୟ ହୋ ଫାଉଣ୍ଡେସନ୍’ ।

ଏହି ସଂସ୍ଥାର ଅଧ୍ୟକ୍ଷ ଆଫ୍ରୋଜ୍ ମଲ୍ଲିକଙ୍କ କହିବା ଅନୁଯାୟୀ ଏହି ପୋସ୍କୋ ଆଇନର ଧାରା ଓ ଆଇଟି ଆଇନ୍ ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି । ଏନେଇ ମୁମ୍ବାଇର ବାନ୍ଦ୍ରା କୁଲି କଂପ୍ଲେକ୍ସରେ ଥିବା ସାଇବର୍ ପୁଲିସ୍ ଥାନାରେ ଏହି ଏତଲା ଦିଆଯାଇଛି ।

ଋଷି କପୁର୍ ପୋଷ୍ଟ କରିଥିବା ଏହି ଫନି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ନାବାଳକର ଦୁଷ୍ଟାମୀର ଶିକାର ଜଣେ ବ୍ୟକ୍ତିଙ୍କୁ ହେବାକୁ ପଡିଛି । ତାର ଦୁଷ୍ଟାମୀ ଯୋଗୁଁ ବ୍ୟକ୍ତି ଜଣକ ଜଣେ ମହିଳାଙ୍କ ଠାରୁ ଦୁଇ ଦୁଇ ଥର ମାଡ ଖାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଟୁଇଟର ସବୁବେଳେ ସକ୍ରିୟ ଋଷି କପୁରଙ୍କ ୨୬ ଲକ୍ଷରୁ ଅଧିକ ଫଲେଅର୍ସ ଅଛନ୍ତି । ଅର୍ଥାତ୍ ୨୬ ଲକ୍ଷରୁ ଅଧିକ ଲୋକ ଏହି ପୋଷ୍ଟକୁ ଦେଖିସାରିଛନ୍ତି ।