ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ଦାବି ଘଟଣା : ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଲା ବିଜେପି

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ଲାଂଚ ଦାବି ଘଟଣା । ବିଜେଡିର ୪ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଜେପି ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟ – ୧୯୮୮ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦିଆଯାଇଛି ।

ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ପକ୍ଷରୁ କ୍ୟାପିଟାଲ ଥାନାରେ ହିନେ୍ଦାଳ ବିଧାୟିକା ସୀମାରାଣି ନାୟକ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଂଜିଆ ବିଧାୟକ ବିଜୟ ନାୟକ, ଓ ଭବାନୀପାଟଣା ବିଧାୟକ ଅନାମ ନାୟକଙ୍କ ବିରୋଧରେ ଏତଲା ଦିଆଯାଇଛି।