ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା

1,598

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ଆଣିଲେ ଅନୁଭବଙ୍କ ନାଁରେ ଅଭିଯୋଗ । ଅନୁଭବଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ଥାନାରେ ମାମଲା ରୁଜୁ । ମହିଳାଙ୍କ ଏତଲା ଆଧାରରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ ।

ତେବେ ଏତଲାନୁଯାୟୀ ସମ୍ପୃକ୍ତ ମହିଳାଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ହଇରାଣ କରୁଥିଲେ । ବାଟରେ ଯିବା ବେଳେ ତାଙ୍କୁ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ । ତେବେ ଘଟଣା ସମ୍ପର୍କରେ ଜଣାଇବାକୁ ସେ ଅନୁଭବଙ୍କ ଘରକୁ ଯାଇଥିଲେ ମହିଳା । ତେବେ ସେଠାରେ ଅନୁଭବ ମହିଳାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ମହିଳା କହିଛନ୍ତି ।