ବିବାଦରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାନ ପୁଅ ! ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିବା ଅଭିଯୋଗ ।

2,120

କନକ ବ୍ୟୁରୋ : ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ମନ୍ତ୍ରୀ ପୁଅଙ୍କ ଦାଦାଗିରି । ସଂଘବଦ୍ଧ ଭାବେ ଆସି ଜଣେ ଯୁବକଙ୍କୁ ହାଣିଲେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର । ରାଜନୈତକ ଶତ୍ରୁତାକୁ କେନ୍ଦ୍ରକରି ଘଷିପୁରା ଥାନା ହାତିବନ୍ଧା ନିକଟରେ ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ସାହୁ ।

ଅଭିଯୋଗ ଅନୁସାରେ ଦିନ ୧୨ଟାରୁ ଗୋଟିଏ ଭିତରେ ପ୍ରଶାନ୍ତ କୁମାର ସାହୁ ନାମକ ବ୍ୟକ୍ତି ବେଲବାହାଳିରୁ ଗୁହାଳିଆକୁ ଯାଉଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଦେବପ୍ରୀୟ ପାତ୍ର, ଗୁହାଳିଆର ମହରଗ ଜେନା, ମହିଆ ଜେନା, ବୟନ୍ତ ଜେନା, ଟୁକୁଣାର ପ୍ରିୟୁଶ ଦାସ ଏବଂ ଫକିରପୁର ବିଭୂତି ମହାନ୍ତି ପ୍ରମୁଖ ଖଣ୍ଡା, ଭୁଜାଲି ଏବଂ ଲୁହାରଡ ସାହାଯ୍ୟରେ ଆକ୍ରମଣ କରିଥିଲେ । ପ୍ରଥମେ ଅଶ୍ଲିଳ ଭାଷାରେ ଗାଳିଗୁଳଜ କରିବା ପରେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଶାନ୍ତ ସାହୁଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତି କରାଯାଇଛି ।