ତଳିପାଦରେ ସ୍ୱସ୍ତିକ ଚିହ୍ନର ଟାଟୁ ତିଆରି କଲେ ଅଭିନେତ୍ରୀ ! ଏନେଇ ସୋଫିଆଙ୍କ ବିରୋଧରେ ପୋଲିସରେ ଅଭିଯୋଗ 

94

ବଲିଉଡ ଅଭିନେତ୍ରୀରୁ ନନ ବନିଥିବା ସୋଫିଆ ହୟାତ ନିଜର ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏଥର ସେ ଏମିତି ହରକତ କରିଛନ୍ତି ଯାହା ବହୁତ ଆଶ୍ଚର୍ଯ୍ୟକର । ସୋଫିଆ ନିଜ ତଳିପାଦରେ ସ୍ୱସ୍ତିକର ଏକ ଟାଟୁ କରିଛନ୍ତି ଏବଂ ତାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଏହି ଫଟୋକୁ ସୋସିଆଲ ମିଡିଆରେ ଦେଖି ଆରଟିଆଇ ଆକ୍ଟିଭିଷ୍ଟ ଅସଦ ପଟେଲ ମୁମ୍ବାଇର ଅଂବୋଲୀ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏପରି କରିବା ଦ୍ୱାରା ହିନ୍ଦୁ ଧର୍ମ ମାନସିକତାରେ ଆଘାତ ସୃଷ୍ଟି କରିବା ସହ ଇସଲାମର ଧର୍ମର ସମ୍ମାନରେ ମଧ୍ୟ ଆଞ୍ଚ ଆଣୁଛି ବୋଲି ସେ ପ୍ରକାଶ କରିଛନ୍ତି  ।

ଏହା ପୂର୍ବରୁ ସୋଫିଆ ମୁସଲମାନ ଧର୍ମର ପ୍ରତୀକର ଏକ ଟାଟୁ ଆଣ୍ଠୁ ତଳେ କରିଥିଲେ । ଉକ୍କ୍ତ ଟାଟୁକୁ ମଧ୍ୟ ଲୋକମାନେ ବହୁତ ବିରୋଧ କରିଥିଲ । ନନ ହେବା ପରେ ସୋଫିଆ ଅନେକ ଥର ଧଳା ପୋଷାକ ପିନ୍ଧିଥିବାର ଦେଖା ଯାଇଥିଲା କିନ୍ତୁ କିଛି ଦିନପରେ ଏବେ ତାଙ୍କୁ ପୁଣିଥରେ ପୁରୁଣା ବୋଲ୍ଡ ଅବତାରରେ ଦେଖିବାକୁ ମିଳୁଛି ।