ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ସରିଲା ବଜେଟ୍ ଅଧିବେଶନ ! ଗତକାଲି ବାଚସ୍ପତି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେ ମୁଲତବୀ

35

କନକ ବ୍ୟୁରୋ : ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ସରିଲା ବଜେଟ୍ ଅଧିବେଶନ । ଗତକାଲି ବାଚସ୍ପତି ନିରଞ୍ଜନ ପୂଜାରୀ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଛନ୍ତି । ଫଳରେ ବଜେଟ୍ ଅଧିବେଶନ ସ୍ୱତଃପ୍ରବୃତ ଭାବରେ ଶେଷ ହୋଇଛି । ଚଳିତ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟରେ ବାରମ୍ବାର ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବେଶ ପ୍ରଭାବିତ ହୋଇଥିଲା ।